ଭୁବନେଶ୍ୱର ୨୫/୧୧: ଘରର ସୁଖ-ଶାନ୍ତି-ସମୃଦ୍ଧି ବୃଦ୍ଧି ଲାଗି କେତେକ ନିୟମ ମାନିବାକୁ ହୋଇଥାଏ । ଫେଙ୍ଗଶୁଇ ଅନୁସାରେ ଘରର ଡ୍ରଇଁରୁମ୍‌ର ବିଶେଷ ଧ୍ୟାନ ଦେଲେ ସକାରାତ୍ମକ ଉର୍ଜା ସୃଷ୍ଟି ହେବା ସହିତ ସୁଖ-ଶାନ୍ତି-ସମୃଦ୍ଧି ବଢ଼ିପାରିବ । 

-ଡ୍ରଇଁରୁମକୁ ହୋହଲ୍ଲାଠାରୁ ଦୂରେଇ ରଖିବା ଜରୁରି । ଅପେକ୍ଷାକୃତ ନିରବ ବାତାବରଣ ରହିଲେ ଭଲ । 

-ଡ୍ରଇଁରୁମ୍‌ରେ ମଝିସ୍ଥାନରେ ଚୈାକିଟେବୁଲ୍‌ ପକାନ୍ତୁ ନାହିଁ । ଏହା ବାଧା ଉତ୍ପନ୍ନ କରିଥାଏ । ଏସବୁ ସରଞ୍ଜାମ କୋଠରୀ କଡ଼ସ୍ଥାନରେ ସଜାଇ ରଖିବା ସହିତ ମଝି ସ୍ଥାନ ଖାଲି ରହିବା ଦରକାର ।  

-ଫେଙ୍ଗଶୁଇ ନିୟମ ଅନୁସାରେ ସୋଫା ବା ଚୌକିରେ ବସୁଥିବା ବ୍ୟକ୍ତିର ସମ୍ମୁଖରେ ଡ୍ରଇଁରୁମ୍‌ର ପ୍ରବେଶ ଦ୍ୱାର ରହିବା ଆବଶ୍ୟକ । ଯଦି ତାହା ସମ୍ଭବ ହେଉ ନାହିଁ ଆଇନା ଏମିତି ସ୍ଥାନରେ ରଖନ୍ତୁ ଯେପରି ତାହା ଜରିଆରେ ଡ୍ରଇଁରୁମ୍‌ର ଦ୍ୱାର ଦେଖିହେବ ।  

-ହାଲକା ରଙ୍ଗର ପରଦା ଡ୍ରଇଁରୁମ୍‌ରେ ବ୍ୟବହାର କରିବା ସହିତ ଡ୍ରଇଁରୁମ୍‌ରେ ମୁକ୍ତ ଭାବେ ଆଲୋକ ପ୍ରବେଶ କରିପାରିବା ଭଳି ବ୍ୟବସ୍ଥା ରଖିବା ଉଚିତ ।  

-ଡ୍ରଇଁରୁମ୍‌ ପାଇଁ ଗାଢ଼ ରଙ୍ଗର ସୋଫା ଏବଂ ହାଳ୍‌କା ରଙ୍ଗର କୁସନ୍‌ (ଛୋଟ ତକିଆ ବା ମାଣ୍ଡି) ମନୋନୀତ କରନ୍ତୁ ।  

-ଡ୍ରଇଁରୁମ୍‌ ରେ ସୌଖୀନ ଗଛ ସଜାଇ ରଖନ୍ତୁ ।